ପାରାଦୀପ ଠାରୁ ଦକ୍ଷିଣପୂର୍ବକୁ ୫୪୦ କି.ମି. ଦୂରରେ ‘ୟାସ୍‌‘

ଭୁବନେଶ୍ୱର୨୪/୫: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି ‘ୟାସ୍‌‘  ଆଜି ଭୋର ୫ଟା ୩୦ରେ ଏହା ବାତ୍ୟାର ରୂପ ନେଇଛି।  ଏହା ଆହୁରି ଘନୀଭୂତ ହେବା ସହ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରର ଓଡ଼ିଶା ଉପକୂଳରେ ପହଞ୍ଚିବ। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ  କହିଛନ୍ତି। ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହା ପୋର୍ଟ ବ୍ଲେୟର ଠାରୁ ୬୦୦ କି.ମି., ପାରାଦୀପ ଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କି.ମି. ଦୂରରେ ରହିଥିବା ବେଳେ ବାଲେଶ୍ୱରରୁ ଦକ୍ଷିଣ ଦକ୍ଷିଣ-ପୂର୍ବର ୬୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି।ଆଇଏମ୍‌ଡି ଡିଜିଙ୍କ ସୂଚନା ଅନୁଯାୟୀ, ‘ୟାସ୍’ ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାକୁ ୧୫୫ରୁ ୧୬୫ କିଲୋମିଟର ରହିପାରେ। ସ୍ଥଳ ବିଶେଷରେ ଏହା ୧୮୫ କିଲୋମିଟର ପର୍ଯ୍ୟନ୍ତ ବି ଯିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫, ୨୬ ଓ ୨୭ ଏହି ତିନି ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ପବନ ଲାଗି ରହିପାରେ। ସବୁଠୁ ଅଧିକ ପ୍ରଭାବିତ ହେବ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର। ଯାଜପୁର, କଟକ ଓ ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ଅଧିକ ରହିବ। ପ୍ରବଳ ପବନ ଯୋଗୁ ବଡ଼ବଡ଼ ଗଛ ଧରାଶାୟୀ ହୋଇପାରେ। ଆଜ୍‌ବେଷ୍ଟସ୍‌, କଚ୍ଚା ଓ ଟିଣ ଘର ଭାଙ୍ଗି ଯାଇପାରେ। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ। ସ୍ଥିତିକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ ଜିଲ୍ଲାରେ ୨୬ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: