ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର

ପାରାଦୀପ,୨୪ା୧୨:  ପାରାଦୀପ ସମୁଦ୍ରରେ ଡଙ୍ଗା ଓଲଟି ପଡ଼ିବାରୁ ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଡଙ୍ଗା ଓଲଟି ପଡ଼ିବା ପରେ ଲହଡ଼ିରେ ଭାସି ଯାଇ ପଥର ଚଟାଣରେ ମାଡ଼ ହେବାରୁ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ଶରୀରରେ ଆଘାତ ଲାଗିଛି। ଗୁରୁତର ମତ୍ସ୍ୟଜୀବୀଙ୍କୁ ଅଠରବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପାରାଦ୍ୱୀପ: ସମୁଦ୍ରରେ ଡଙ୍ଗା ଓଲଟି ୫ ମତ୍ସ୍ୟଜୀବୀ ଗୁରୁତର ହୋଇଛନ୍ତି। ଗୁରୁତର ମତ୍ସ୍ୟଜୀବୀଙ୍କୁ ଅଠରବାଙ୍କୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡଙ୍ଗା ଓଲଟିବା ପରେ ଲହଡ଼ିରେ ଭାସି ପଥର ଚଟାଣରେ ମାଡ଼ ହୋଇଥିଲା। ଚଟାଣ ଆଘାତରେ ମତ୍ସ୍ୟଜୀବୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା।ମତ୍ସ୍ୟଜିବୀ ମାଛ ଧରି ଫେରୁଥିବା ସମୟରେ ସମୁଦ୍ରରେ ଡଙ୍ଗାଟି ଓଲଟି ପଡ଼ିଥିଲା। ପାରାଦୀପ ବନ୍ଦର ୧ ନମ୍ବର ଫାଟକ ନିକଟ ପଥର ବନ୍ଧରେ ପିଟିହୋଇ ୫ଜଣ ମତ୍ସ୍ୟଜିବୀ ଗୁରୁତର ହୋଇପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି। ପଥର ବନ୍ଧରେ ପିଟି ହେଇ ମାଛଧରା ଡଙ୍ଗାଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: