ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ

ପାରାଦୀପ,,୧୬।୧:ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ। ପାରାଦୀପରୁ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ୍ ନିଖୋଜ । ଏଥିରେ  ୧୩ ଜଣ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା। ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଛନ୍ତି। ୫ ଦିନ ହେଲା ସେମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରୁନି। ମତ୍ସ୍ୟଜୀବିଙ୍କ ସହିତ କୌଣସି ସମ୍ପର୍କ ହୋଇପାରୁ ନାହିଁ । ଏବେ ଯାଏଁ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ ୫ ଦିନ ପୁର୍ବେ କିନାରା ଏବଂ ଦେବୀ ଲକ୍ଷ୍ମୀ ନାମକ ଦୁଇଟି ବୋଟ୍ ନେଇ ମଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି। ବୋଟ ଦୁଇଟିକୁ ଠାବ କରିବା ସହିତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ଚିଠି ଲେଖିଛନ୍ତି। ୫ ଦିନ ତଳେ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ବାହାରିଥିଲେ ବୋଟ୍‌ ଦୁଇଟି। ଗୋଟିକରେ ୭ ଜଣ ଏବଂ ଅନ୍ୟଟିରେ ୬ ଜଣ ମତ୍ସ୍ୟଜୀବୀ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: