ପାରାଦୀପ IOCL ତେଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ ୧୯/୦୯:  ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି । ପାରାଦୀପ ବାଉରିଆପାଳନ୍ଦାରେ ଥିବା IOCL ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ତ ଘଟିଛି। ଟର୍ମିନାଲରେ LPG ଗ୍ୟାସ୍ ଷ୍ଟକ୍ ଜଣାପଡିଛ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛି । ତେବେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଆଇଓସିଏଲ ଅଧିକାରୀ ପହଞ୍ଚି ଥିବା ସୂଚନା ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: