ଭୁବନେଶ୍ବର,୯ା୧୨:ପଦ୍ମପୁର ଉପନିର୍ବାନରେ ବିଶାଳ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପୁରଣ କରାଯିବ ବୋଲି କହିଛନ୍ତି । ଏହା ସହିତ ପଦ୍ମପୁର ଉପନିର୍ବାଚନ ସମୟରେ ବିରୋଧୀଙ୍କ ଆଭିମୁଖ୍ୟ ନେଇ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡି ନେତା ଓ କର୍ମୀ ଦଳୀୟ କାର୍ଯ୍ୟାଳୟଠାରେ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ତେଣୁ ଆସନ୍ତା ୧୫ କିମ୍ବା ୧୭ ତାରିଖରେ ପଦ୍ମପୁରର ଯେଉଁ ନେତା ଯେଉଁଠି ଦାୟିତ୍ୱରେ ଥିଲେ ସେଠାକୁ ଯାଇ ସେ ବିଷୟରେ ଆଲୋଚନା କରି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହେବେ। ଆସନ୍ତା ୬ ମାସ ମଧ୍ୟରେ ସେହି ସବୁ କାର୍ଯ୍ୟ ପାଇଁ ନବନିଯୁକ୍ତ ବିଧାୟିକାଙ୍କୁ ସାଙ୍ଗରେ ନେଇ ନଡ଼ିଆ ବାଡ଼େଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହାସବୁ ପ୍ରତିଶ୍ରୁତି ପଦ୍ମପୁରବାସୀଙ୍କୁ ଦିଆଯାଇଥିଲା ତାହା ପାଳନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରି ଦଳ ରାଜ୍ୟବ୍ୟାପୀ ଏକ ବାର୍ତ୍ତା ଦେବାକୁ ଚାହୁଁଥିବା ବିଶେଷ ସୂତ୍ରରୁ ଜଣାପଡୁଛି। ଆଗକୁ ୨୦୨୪ ସାଧାରଣ ନିର୍ବାଚନକୁ ଆଉ ପାଖାପାଖି ବର୍ଷେ ଥିବାରୁ ଦଳ ପଦ୍ମପୁରରେ ପ୍ରତିଶ୍ରୁତି ସବୁ ପାଳନ କରି ତା’ର ଫାଇଦା ନେବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |