ପିଏମ୍‌ କିଷାନ ଯୋଜନାର ଲାଭ ପାଇବେ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ

ଭୁବନେଶ୍ୱର,୬ ।୩ :  ପିଏମ କିଷାନ ଯୋଜନାର ଲାଭ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ଓଡିଶାର ସବୁ ଯୋଗ୍ୟ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଟ୍ୱିଟ କରିଛନ୍ତି । ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ କିଷାନରେ ସାମିଲ କରିବାକୁ ଧର୍ମେନ୍ଦ୍ର ଦାବି କରିଥିଲେ । ଏନେଇ କୃଷିମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖି ନିବେଦନ କରିଥିଲେ ଧର୍ମେନ୍ଦ୍ର । ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ କୃଷି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଏମ କିଷାନ ଯୋଜନାର ଯେଭଳି ସବୁ ଯୋଗ୍ୟ ଚାଷୀ ଲାଭ ପାଇବେ ତାକୁ ଗୁରୁତ୍ୱ ଦିଆଯିବ । ସ୍ଥଗିତ ଟଙ୍କାକୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇବାକୁ ଅନୁରୋଧ କରାଯାଇଛି । ସେହି ଚିଠିରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ । ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ୍ କରାଯାଇ ତୁରନ୍ତ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ପ୍ରତିଥର ପିଏମ କିଷାନରେ କିସ୍ତି ଦିଆଯିବା ପୂର୍ବରୁ ରାଜ୍ୟ ମାନଙ୍କ ପାଇଁ କିଛି ପରିବର୍ତନ କରିବା କାରଣରୁ ପିଏମ କିଷାନ ହିତାଧିକାରୀଙ୍କ ତଥ୍ୟ ଖୋଲାଯାଏ । ଓଡ଼ିଶା ସରକାର ଚାଷୀଙ୍କ ପ୍ରକୃତ ଯାଂଚ୍ କରିବା ପାଇଁ ପାଖାପାଖି ୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନଦେବା ପାଇଁ ନିର୍ଦ୍ଦେଶ ଜାରୀ କରିଥିଲେ । ଯାହା ଭାରତର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅସାଧାରଣ । ଏହା
ଦ୍ୱାରା ଓଡ଼ିଶାରେ କେବଳ ୨୩ ଲକ୍ଷ ଚାଷୀ ପିଏମ କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: