ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ରତନ ଟାଟାଙ୍କୁ ନିଯୁକ୍ତି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: ଭାରତର ବିଶିଷ୍ଟ ଉଦ୍ୟୋଗପତି ଓ ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ଚାବି ଦେଇଛନ୍ତି । ପିଏମ କେୟାର ଫଣ୍ଡର ନୂଆ ଟ୍ରଷ୍ଟି ଭାବରେ ରତନ ଟାଟାଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ରତନ ଟାଟାଙ୍କୁ ନିଯୁକ୍ତି ମିଳିଛି । ରତନ ଟାଟାଙ୍କ ସମେତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ.ଟି ଥୋମାସ୍‌ ଓ ପୂର୍ବତନ ଲୋକସଭା ଉପ-ବାଚସ୍ପତି କାରିୟା ମୁଣ୍ଡାଙ୍କୁ ପିଏମ୍‌ କେୟାର୍ସ ଫଣ୍ଡର ଟ୍ରଷ୍ଟି କରାଯାଇଛି।ଏମାନଙ୍କ ବ୍ୟତୀତ ଦେଶର ଅନ୍ୟାନ୍ୟ ବଡ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ପରାମର୍ଶଦାତା ଭାବରେ ମନୋନୀତ କରାଯାଇଛି । ଏଥିରେ କୁହାଯାଇଛି ଯେ, ଆଡଭାଇଜରୀ ବୋର୍ଡରେ ପୂର୍ବ କେଗ ରାଜୀବ ମହର୍ଷି, ଇନଫୋସିସ ଫାଉଣ୍ଡେସନର ପୂର୍ବ ଚେୟାରପର୍ସନ ସୁଧା ମୂର୍ତ୍ତି, ଇଣ୍ଡୋକର୍ପ୍ସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବ ସିଇଓ ଆନନ୍ଦ ଶାହଙ୍କୁ ଏଥିପାଇଁ ମନୋନୀତ କରାଯାଇଛି ।ଦେଶର ଆଉ କିଛି ବିଶିଷ୍ଟ ବ୍ୟକ୍ତି ତଥା ବ୍ୟବସାୟୀଙ୍କୁ ପିଏମ୍‌ କେୟାର୍ସ ଫଣ୍ଡର ପରାମର୍ଶଦାତା ଭାବେ ମନୋନୀତ କରାଯାଇଛି । ଏଥିରେ କୁହାଯାଉଛି ଯେ, ଆଡଭାଇଜରୀ ବୋର୍ଡରେ ପୂର୍ବଚନ କେଗ୍ ରାଜୀବ ମହର୍ଷୀ, ଇନଫୋସିସ୍‌ ଫାଉଣ୍ଡେସନ୍‌ର ପୂର୍ବତନ ଚେୟାରପର୍ସନ ସୁଧା ମୂର୍ତ୍ତି, ଇଣ୍ଡିକର୍ପସ ଓ ପିରାମିଲ ଫାଉଣ୍ଡେସନ୍‌ର ପୂର୍ବତନ ସିଇଓ ଆନନ୍ଦ ଶାହଙ୍କୁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୋର୍ଡ ଅଫ୍‌ ଟ୍ରଷ୍ଟର ବୈଠକ ଶେଷ ହୋଇଥିଲା। ଏହି ବୈଠକରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏହା ସହିତ ନୂତନ ଭାବରେ ଚୟନ କରାଯାଇଥିବା ସଦସ୍ୟ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ନୂତନ ଟ୍ରଷ୍ଟିଙ୍କୁ ସ୍ବାଗତ କରିଛନ୍ତି। ଉଲ୍ଲେଖନୀୟ ଯେ, ପିଏମ୍‌ କେୟାର୍ସ ଫଣ୍ଡକୁ ୨୦୨୦ ରେ କରୋନା ମହାମାରୀ ବେଳେ ଜରୁରୀକାଳୀନ ଭାବରେ ତିଆରି କରାଯାଇଥିଲା। ଏହି ଫଣ୍ଡ ଅଧ୍ୟକ୍ଷ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଲ୍ଳେଖନୀୟ ଯେ, ରତନ ଟାଟା କେବଳ ଜଣେ ବିଶିଷ୍ଟ ଉଦ୍ୟୋଗପତି ତାହା ନୁହେଁ, ସେ ହେଉଛନ୍ତି ଜଣେ ଖୁବ୍ ଉଦାର ବ୍ୟକ୍ତି। ଲୋକଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ସ୍ରୋତ। ସେ ନିଜ ଟାଟା ଗ୍ରୁପ୍‌ର ପ୍ରତି ଛୋଟ ବଡ କର୍ମଚାରୀଙ୍କୁ ନିଜର ପରିବାର ବୋଲି ମାନନ୍ତି। ତାଙ୍କର ଦେଖାଶୁଣାରେ କୌଣସି ଅସୁବିଧା କରିନଥାନ୍ତି। ଆୟର ଅଧିକ ଅଂଶକୁ ସେ ଦାନ କରିଥାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: