ପିପିଲିରେ ନିର୍ବାଚନୀ ହିଂସା, କଂଗ୍ରେସ ପାର୍ଟି ଅଫିସ୍‌ରେ ନିଆଁ

ପୁରୀ,୨୧/୦୩: ପିପିଲିରେ ପୁଣି ନିର୍ବାଚନୀ ହିଂସା ଦେଖାଦେଇଛି । ଦୁର୍ବୃତ୍ତ ମାନେ କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଦେଇଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ପାର୍ଟି ଅଫିସ୍ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଏନଏସି ର ୭ ନମ୍ବର ୱାର୍ଡ଼ରେ ଥିବା କଂଗ୍ରେସ ପାର୍ଟି ଅଫିସ୍ ପୋଡ଼ି ଦେଇଛନ୍ତି । ଏନେଇ ଦଳ ପକ୍ଷରୁ ସୁଚନା ଦିଆଯାଇଛି ଯେ ଗତକାଲି ରାତି ୩ଟାରେ ଅଫିସ୍ ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଯାହାଫଳରେ ଅଫିସ୍‌ରେ ଥିବା ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ପୋଡ଼ି ହୋଇଯାଇଛି । ଘଟଣାକୁ ନେଇ କଂଗ୍ରେସ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ନିଆଁ ଲଗାଇବା ପଛରେ ଏକ ନିର୍ଦ୍ଦିଷ୍ଟ ଦଳର ହାତଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଭାଇ । ଘଟଣାକୁ କଂଗ୍ରେସ ନିନ୍ଦା କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: