ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର, ୧୯।୩ : ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଏଭଳି ଘଟଣା ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଘଟିଛି। ଗୋଟିଏ କାରରେ ୪ ଜଣ ଆସି ପିଲା ଚୋରି କରୁଥିଲେ ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ଆକ୍ରମଣ ପରେ କାର ଛାଡି ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ମାଡ ମାରିବା ସହ ଅଟକ ରଖାଯାଇଛି। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ୨ ଜଣଙ୍କୁ ଥାନା ନେଇଛି ବୋଲି ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: