ପୁଅ ନହେବାରୁ ୨ ଝିଅ ସହ ମାଆକୁ କୂଅକୁ ପେଲିଦେଲା ନୃଶଂସ ବାପ

ମଧ୍ୟପ୍ରଦେଶ ୭/୬ : ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ୪୨ ବର୍ଷ ବୟସ୍କ ବ୍ୟକ୍ତି ନିଜର ପୁଅ ନହେବରୁ କ୍ରୋଧାନ୍ୱିତ ହୋଇ ତାଙ୍କ ପତ୍ନୀ ଏବଂ ଦୁଇ ଝିଅକୁ କୂଅ ଭିତରକୁ ଠେଲି ଦେଇଥିଲେ । ଏଥିରେ ଜଣେ ଆଠ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ମହିଳାଙ୍କ ପାଟି ଶୁଣି ଗ୍ରାମବାସୀ ତାଙ୍କୁ ଏବଂ ଅନ୍ୟ ପିଲାକୁ ଉଦ୍ଧାର କରିଛନ୍ତି । ଛତ୍ରପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଚାନ୍ଦ ପୋଲିସ ଷ୍ଟେସନ ଅଧୀନରେ ଘଟିଛି ଏଭଳି ଘଟଣା । ଚାନ୍ଦ ପୋଲିସ ଷ୍ଟେସନର ତଦନ୍ତକାରୀ ଅଧିକାରୀ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ ଝିଅର ମାଆ ବିଟି ବାଇ ଯାଦବ ପୋଲିସକୁ ଏକ କହିଛନ୍ତି ଯେ ତିନିମାସ ତଳେ ତାଙ୍କପ ଝିଅ ହେବାରୁ ସ୍ୱାମୀ ରାଜା ଭାୟା ଯାଦବ ତାଙ୍କୁ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ । ଏଥିପାଇଁ ସେ ନିଜ ଝିଅମାନଙ୍କୁ ନେଇ ବାପଘରକୁ ଚାଲିଯାଇଥିଲେ । ତେବେ ଶନିବାର ଦିନ ଦିନ ଅଭିଯୁକ୍ତ ସ୍ୱାମୀ ରାଜା ତାଙ୍କ ପତ୍ନୀ ଏବଂ ୨ ଝିଅକୁ ମୋଟର ସାଇକେଲ ଯୋଗେ ଘରକୁ ଫେରାଇ ଆଣିଥିଲେ । ତେବେ ରାସ୍ତାରେ ଆଣିବା ସମୟରେ ସେ ମାଆ ଓ ଝିଅଙ୍କୁ ବହୁତ ଗାଳି ମନ୍ଦ କରିଥିଲେ । ଏହା ପରେ ଯୁକ୍ତିତର୍କ ହେବାରୁ ରାଗିଯାଇ ଗାଁ ଠାରୁ ୩,୪ କିଲୋମିଟର ଦୂର କ୍ଷେତକୁ ମୋଟର ସାଇକେଲ ନେଇ ସେଠାରେ ଅଟାକାଇଥିଲେ । ନିକଟରେ ଥିବା କୂଅକୁ ମାଆ ଓ ଝିଅଙ୍କୁ ପେଲିଦେଇଥିଲେ । ଏହି ଘଟଣାରେ ତାଙ୍କର ଆଠ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ମହିଳା ଜଣକ କୌଣସି ପ୍ରକାରେ ଦ୍ୱିତୀୟ ସନ୍ତାନକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । କେବଳ ସେତିକି ନୁହେଁ ଯେତେବେଳେ ସେ କୂଅରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ, ଅଭିଯୁକ୍ତ ତାଙ୍କୁ ପଥରରେ ଆକ୍ରମଣ କରି ମହିଳାଙ୍କ ମୁଣ୍ଡରେ ଆଘାତ ଦେଇଥିଲା । ତେବେ ମହିଳାଙ୍କ ପାଟି ଶୁଣି ବିଲରେ କାମ କରୁଥିବା ମହିଳା ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ଜୀବନ ବଞ୍ଚାଇଥିଲେ । ବର୍ତ୍ତମା ଅଭିଯୁକ୍ତ ସ୍ୱାମୀ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ରାଜା ଏବେ ଫେରାରା ଅଛି, ତାକୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପୋଲିସ କହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: