ପୁଣି ମାତିଲେ ସାଇବର ଲୁଟେରା, ରାଜକନିକା ଡାକ୍ତରଙ୍କ ଠାରୁ ଲୁଟିନେଲେ ୧୧ ଲକ୍ଷ

ରାଜକନିକା,୧୩/୬-ସାଇବର ଲୁଟେରା ସେମାନଙ୍କ ଜାଲରେ ଫସାଇ ଅନେକ ଲୋକଙ୍କୁ ସର୍ବସାନ୍ତ କରୁଛନ୍ତି । ବିଭିନ୍ନ ଆପ ମାଧ୍ୟମରେ ବିଭିନ୍ନ ଆକର୍ଷଣୀୟ ଅଫର ଦେଇ ନକଲି କମ୍ପାନୀ ନାମରେ ଲୁଟ କରୁଛନ୍ତି । ଏହି ଭଳି ଏକ ଚକ୍ରାନ୍ତର ଶିକାର ହୋଇଛନ୍ତି ଜଣେ ଯୁବ ଡାକ୍ତର । ଅର୍ଥ କୁ ଅଧିକ ଗୁଣ କରି ଦେବାର ଲୋଭ ଦେଖାଇ ୧୧ ଲକ୍ଷ ଟଙ୍କା ଆକାଉଟଂ ମାଧ୍ୟମରେ ହଡପ କରି ନେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡାମ୍ବିଳାର ଅକ୍ଷୟ ମହାନ୍ତିଙ୍କ ପୁଅ ବାଦଲ ମହାନ୍ତି ଡାକ୍ତରୀ ପାଠ ପଢା ଶେଷ କରିବା ପରେ ଗତ ବର୍ଷେ ତଳେ ରାଜକନିକା ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବେ ଯୋଗ ଦେଇଥିଲେ । ଗାଁ ରେ ଗୃହ ନିର୍ମାଣ ପାଇଁ ବ୍ୟାଙ୍କରୁ ଲୋନ କରିଥିଲେ ଯାହା ତାଙ୍କ ଏକାଉଟଂରେ ଥିଲା । ମେ ୧ ତାରିଖ ଦିନ ଇନଷ୍ଟାଗ୍ରାମରେ ତାଙ୍କ ମୋବାଇଲ ନମ୍ବରକୁ ବିଟ୍‌କଏନ ମାଇନିଂ ଲିମିଟେଡ ଡଟ୍‌କମ ରୁ ମେସେଜ ଆସିଥିଲା ୧୨୦ ଡଲାର ଅର୍ଥାତ ୯୦୦୦ ଟଙ୍କା ପଠାଇଲେ ବଦଳରେ ୧୩୦୦ ଡଲାର ଅର୍ଥାତ ୧ ଲକ୍ଷ ଟଙ୍କା ମିଳିବ । ଏହି ଟଙ୍କା ଆକାଉଟଂ କଟିବା ପରେ ବାରମ୍ବାର ପ୍ରଲୋଭିତ କରି ଆଉ ଦିଅ ଏକା ଥରେ ଅଧିକ ଲାଭ ମିଳିବ କହି ବିଭିିନ୍ନ ପର୍ଯ୍ୟାୟରେ ମେ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା କାଟି ନେଇଥିଲେ । ଏହା ପରେ ବାଦଲ ହ୍ୱାଟ୍ସଆପ ନମ୍ବରରେ ଟଙ୍କା କାହିଁକି ଆସୁନି ପଚାରିବାରୁ ଉତର ମିଲିଲା ଲିଡସ୍ କମର୍ସିଆଲ ବ୍ୟାଙ୍କରେ ତାଙ୍କ ନାମରେ ଆକାଉଟଂ ଖୋଲା ଯାଇଛି । ଆରଟିସି ଓ ଟାକ୍ସ କୋଡ ପାଇଁ ଆଉ ୫ ଲକ୍ଷ ୫୦ ହଜାର ଟଙ୍କା ଡିପୋଜିଟ କଲେ ଲାଭାଂଶ ସହ ସମସ୍ତ ଅର୍ଥ ମିଳିଯିବ । ଏଥିରେ ସନ୍ଦେହ ହେବାରୁ କମ୍ପାନୀ ଓ ବ୍ୟାଙ୍କ ବିଷୟରେ ସର୍ଚ କରିବା ପରେ ଏହା ଏକ ଠକ୍ ବୋଲି ଜଣା ପଡିଥିଲା । ଏ ବିଷୟରେ ଆଳି ଥାନାକୁ ଜଣାଇବା ପରେ ଆଇଆଇସି ପରାମର୍ଶ କ୍ରମେ ବାଦଲ କଟକ ଯାଇ ଏସପି,ସିଆଡି,ସିବିଙ୍କ ନିକଟରେ ଏତଲା ଦାୟର କରିଛନ୍ତି । ଏବେବି ସେମାନେ ଆଉ ଟଙ୍କା ଡିପୋଜିଟ କରିବାକୁ ମେସେଜ ଦେଇ ଚାଲିଛନ୍ତି ।

vlcsnap 2021 06 13 10h14m05s978

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: