ପୁରୀରୁ ଜବତ ହେଲା ୩ କୋଟିର ବ୍ରାଉନସୁଗର

ପୁରୀ ୧୪।୦୫ : ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ ହୋଇଛି । ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ବାସେଳିସାହି ଥାନା ପୁଲିସ ପକ୍ଷରୁ ମଙ୍ଗଳାଘାଟ ଛକ ନିକଟରେ ଚଢ଼ାଉ କରାଯାଇଥିବା ବେଳେ ୩ କେଜି ଧଳାଜହର ଜବତ କରିଛି ପୁଲିସ ।  ଚଢ଼ାଉ ବେଳେ ଜଣେ ଧଳାଜହର ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ୩ କେଜି ଧଳାଜହରର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ସୂଚନା ଦିଆଯାଇଛି । ଏନେଇ ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ପୁରୀରୁ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲାରେ ବ୍ରାଉନସୁଗର ବେପାରୀ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଅଟକ ରଖାଯାଇଛି । ବିପୁଳ ପରିମାଣର ବ୍ରାଉନସୁଗର ଜବତ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: