ପୁରୀ ୦୮/୦୪: ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କୁ ହତ୍ୟା। ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଥିବା ଏକ ହୋଟେଲରେ ପର୍ଯ୍ୟଟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡିଛି। ଡିପ୍ ରିଷୋର୍ଟ ହୋଟେଲରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ରୁମ୍ ବାହାରେ ପଡିଥିବା ରକ୍ତ ଛିଟା ଦେଖିବାକୁ ପାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ଜଣାପଡିଛି। ତେବେ ପର୍ଯ୍ୟଟଙ୍କ ହତ୍ୟାକାଣ୍ଡ କାରଣ ସ୍ପଷ୍ଟ ହୋଇନାହିଁ। ତାଙ୍କୁ ହତ୍ୟା କରିବା ପରେ ସେଠାରୁ ସହଯୋଗୀ ଫେରାର ଥିବା ପୋଲିସ ସନ୍ଦେହ କରୁଛି। ତେବେ ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ହତ୍ୟା ପରେ ସହଯୋଗୀ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ସମୁଦ୍ରକୂଳ ଥାନା ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି । ହୋଟେଲରେ ଅତିରିକ୍ତ ଏସପି ଓ ସାଇଣ୍ଟିଫିକ ଟିମ୍ ଉପସ୍ଥିତ ରହିଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |