ପୁରୀରେ  ପହଞ୍ଚିଲା ରଥ  ଦଉଡ଼ି

ପୁରୀ,୨।୬ : ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସେପଟେ ରଥ ଯାତ୍ରା ପାଇଁ ପୁରୀରେ  ପହଞ୍ଚିଛି  ରଥ  ଦଉଡ଼ି । ଏଥିପାଇଁ  ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।   ଶ୍ରୀକ୍ଷେତ୍ର  ଭଉଁରୀ କୁ ଦୃଷ୍ଟିରେ  ରଖି ରଥଖଳା  ଓ  ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ୍ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦୃଷ୍ଟିରୁ ରଥଖଳା ସହ ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ଵରେ ପୋଲିସ ମୁତୟନ ହେବେ। ଏନେଇ ପୁରୀ ଏସପି କନୱାର୍ ବିଶାଲ ସିଂହ ସୂଚନା ଦେଇଛନ୍ତି। ତେବେ ଚନ୍ଦନ ଯାତ୍ରା ଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି। ସେପଟେ ରଥ ଖଳାରେ ଆସି ପହଞ୍ଚିଛି ରଥ ଦଉଡି। ଆଗାମୀ ଘୋଷଯାତ୍ରା ପାଇଁ ମୋଟ୍ ୨୦ଟି ରଥ ଦଉଡି ଆସି ପୁରୀରେ ପହଞ୍ଚିଛି। ଏଥିମଧ୍ୟରେ ୩ ଟି ରଥର ୧୪ଟି ରଥ ଦଉଡି ଏବଂ ୬ଟି କର୍ଡନ ଦଉଡି ଆସି ପୁରୀରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୩ଟି ରଥର ୪୨ରୁ ଚକରୁ ୧୮ଟିର ନିର୍ମାଣ କାର୍ଯ୍ୟ ସରିଛି । ଆଉ ବାକି ଚକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: