ପୁରୀ ୧୮।୦୯: ପୁରୀରେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ। ବ୍ଲୁ ଫ୍ଲାଗ ବିଚ୍ ବେଳାଭୂମିରେ ବାୟୁସେନା ପକ୍ଷରୁ ହୋଇଛି ଚିତ୍ତାକର୍ଷକ ଏୟାର ସୋ। ଜି ବାୟୁବୀର ସେମାନଙ୍କର ଜଲ୍ୱା ଦେଖାଇଛନ୍ତି। ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି ଏୟାର ଶୋ’ ଆୟୋଜିତ କରାଯାଇଥିଲା। ଗତକାଲି ସୂର୍ଯ୍ୟକିରଣ ଟିମ୍ ପୁରୀ ଆକାଶରେ ରିହର୍ସଲ୍ କରିଥିବା ବେଳେ ଆଜି ଏୟାର ଶୋ’ ହୋଇଥିଲା। ପାଗରେ ସୁଧାର ଆସିବା ପରେ ଏହି ଏୟାର ଶୋ’ ହୋଇଥିଲା। ବେଳାଭୂମି ଆକାଶରେ ୯ଟି ହକ ବିମାନ ନିଜ ନିଜର ଅଭିନବ କଳା କୌଶଳ ପ୍ରଦର୍ଶନ କରିଛନ୍ତି। ହକ ବିମାନଗୁଡିକ ଆରୋ, ଡ଼ାଇମଣ୍ଡ, ତେଜସ ଫର୍ମେସନରେ ଚମତ୍କାର କୌଶଳ ପ୍ରଦର୍ଶନ କରିଛନ୍ତି। ଯାହାକୁ ଦେଖିବା ପାଇଁ ବେଳଭୂମିରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |