ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ ,୦୪/୦୬:  ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତ କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ ରହିବ ସେ ନେଇ ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ  ବୋଲି ଦର୍ଶନ ପରେ ପ୍ରତିକ୍ରିୟା  ଦେଇ  କହିଛନ୍ତି ।   ଆମ ଜାତିର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଆମର ପୂର୍ବ ପୁରୁଷମାନେ ହଜାର ହଜାର ବର୍ଷ ପୂର୍ବେ ଭବ୍ୟ ଭାବେ ତୋଳିଥିଲେ । ତାହାକୁ ସୁନ୍ଦର ଓ ସୁରକ୍ଷିତ ରଖିବା ଆମ ଦାୟିତ୍ୱ । ଏଥିରେ ସର୍ବସମ୍ମତି ହେବାର ବହୁତ ଆବଶ୍ୟକ ଥାଏ। ଏହି ପ୍ରସଙ୍ଗରେ ପ୍ରଶାସନିକ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ନେଇ କାମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ଏହି ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: