ପୁରୀରେ ୨୫୫ ଗ୍ରାମ୍‌ ବ୍ରାଉନ୍‌ସଗାର ଜବତ

ପୁରୀ, ୫।୫:    ‘ପୁରୀ’ରେ ଆଜି ଏସ୍‌ଟିଏଫ୍‌ ଓ ବାସେଳିସାହି ଥାନା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହି ବେଆଇନ୍‌ କାରବାର ସହିତ ଜଡ଼ିତ ଜଣେ ମାଫିଆଙ୍କ ସମେତ ପୁଲିସ ମୋଟ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜା ସିଂହ (୨୮), ଚନ୍ଦନ ସିଂହ (୨୭), ଗୁଡୁ ନାଏକ (୨୮) ଓ ଅମୂଲ୍ୟ କୁମାର ସ୍ୱାଇଁ (୫୨)। ପ୍ରଥମ ୩ ଜଣ ଅଭିଯୁକ୍ତ ବାସେଳିସାହି ଥାନା ଅଞ୍ଚଳର ହୋଇଥିଲା ବେଳେ ଅମୂଲ୍ୟର ଘର ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ସପନପୁର।ଏସ୍‌ଟିଏଫ ଓ ବାସେଳିସାହି ଥାନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କଲ୍ୟାଣୀ ମଣ୍ଡପ ନିକଟରେ ଥିବା ସ୍ୱରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପାଖରେ କିଛି ଅଭିଯୁକ୍ତ ବ୍ରାଉନ୍‌ସୁଗାର କାରବାର କରୁଛନ୍ତି। ତେବେ ଏସ୍‌ଟିଏଫ୍‌ ଓ ପୁଲିସ ଟିମ୍‌ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଥିଲେ। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଟିମ୍‌ ନଗଦ ୨୧୦୦ ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌, ଗୋଟିଏ କାର୍‌ ଓ ୩ଟି ବାଇକ୍‌ ଜବତ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: