ପୁରୀ ଜିଲ୍ଲାରୁ ସର୍ବାଧିକ ୯୦ ସଂକ୍ରମିତ ଚିହ୍ନଟ

ପୁରୀ ,୨୫/୦୭ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପୁରୀ ଜିଲ୍ଲାରୁ ଆଜି ସର୍ବାଧିକ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି। ପୁରୀ ସହରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡେଲାଙ୍ଗରୁ ୨୭, ବ୍ରହ୍ମଗିରିରୁ ୧୬, କୃଷ୍ଣପ୍ରସାଦରୁ ୨୨, ପିପିଲିରୁ ୫, ଗୋପରୁ ୫, ନିମାପଡ଼ାରୁ ଜଣେ, ପିପିଲି ଏନ୍‌ଏସିରୁ ଜଣେ ଓ ପୁରୀ ସଦରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି। ପୁରୀ ପେଣ୍ଠକଟା ଅଞ୍ଚଳର ୪ଟି ୱାର୍ଡରୁ ୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ଗତକାଲି ରାତି ୯ଟାରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ୱାର୍ଡ ନମ୍ବର ୨୫,୨୬,୩୧ ଓ ୩୨କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅଗଷ୍ଟ  ୩ତାରିଖ ସକାଳ ୫ଟା ଯାଏଁ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ । କଟକଣା ସମୟରେ  ପୁଲିସ ପକ୍ଷରୁ ପାଟ୍ରୋଲିଂ ରହିବ । ଅତି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଭିଡିଓ ବାର୍ତ୍ତା ଜରିଆରେ ଅପିଲ କରିଛନ୍ତି। ଡ୍ରୋନ ଜରିଆରେ ପୁରା ଅଂଚଳ ଉପରେ ନଜର ରଖାଯିବ। କେହି ନିୟମ ଉଲ୍ଲଘଂନ କରି ବାହାରେ ବୁଲିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋଭିଡ କେୟାର ମନିଟରଙ୍କ ଜରିଆରେ ଅତ୍ୟାବଶକୀୟ ସାମଗ୍ରୀ ଲୋକଙ୍କୁ ମିଳିବ। ବିନା ମାସ୍କରେ କେହି ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।ପୁରୀ ସହରରେ ଏବେ ଘରଘର ବୁଲି ସର୍ଭେ ଚାଲିଛି। ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ନେଇ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି। ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ବି କ୍ବାରେଣ୍ଟାଇନ୍‌ରେ ରଖାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: