ପୁରୀ: ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍,୨ ଜଣ ପର୍ଯ୍ୟଟକ ଆହତ

ପୁରୀ, ୨୦/୦୬ : ପୁରୀ ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁରୁତର ଆହତ ପର୍ଯ୍ୟଟକମାନେ ହେଲେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବୈଜୟନ୍ତିଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ଗିରିଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି । ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସେପଟେ ପିକଅପ୍ ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡ୍ରାଇଭରକୁ ଟାଉନ ଥାନାରେ ଅଟକ ରଖାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: