ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ

ପୁରୀ,୧୫/ ୦୬:  ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଲାଗିଥିବା ବେଳେ ନରେନ୍ଦ୍ର ପୋଖରୀରେ ଘଟିଯାଇଛି ଏକ ଅଘଟଣ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି ।  ମୃତକ ହେଲେ ଯାଜପୁର ବରୀ ଅଞ୍ଚଳର ସ୍ମୃତିରଂଜନ ସାହୁ । ସ୍ନାନଯାତ୍ରା ଦେଖିବାକୁ ୪ ଜଣ ଛାତ୍ରଙ୍କ ସହ ପୁରୀ ଆସିଥିଲେ ସ୍ମୃତିରଂଜନ । ଆଜି ସକାଳୁ ନରେନ୍ଦ୍ରରେ ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରଛନ୍ତି । ମୃତ ସ୍ମୃତିରଂଜନ ବରୀ ଗୋପବନ୍ଧୁ କଲେଜର ଯୁକ୍ତ୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: