ପୁରୀ,୫।୧ : ପୁରୀ ପ୍ରଶାସନ ଜାରି କଲେ ନୂଆ ଏସଓପି। ଏଣିକି ରଥଚକ ପାଇବାର ସୌଭାଗ୍ୟ ପାଇବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଛି ନିଷ୍ପତ୍ତି ।ପ୍ରକ୍ରିୟାକରଣ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ। ରଥଚକ ବିକ୍ରୟ ଓ ବଣ୍ଟନକୁ ଦୁଇଭାଗରେ ବିଭକ୍ତ କରାଯାଇଛି । 50 ପ୍ରତିଶତ ବିଭିନ୍ନ ସାଂସ୍କୃତିକ ଓ ଧର୍ମୀୟ ଅନୁଷ୍ଠାନ, ଲୀଳାକ୍ଷେତ୍ର, ଦାରୁ ମିଳିଥିବା କ୍ଷେତ୍ରକୁ ଦିଆଯିବ ।ଏଥିସହିତ ବିଭିନ୍ନ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଦିଆଯିବ ।ଅନ୍ୟ 50 ପ୍ରତିଶତ ପାଇଁ ଆବେଦନ କରିବେ ଶ୍ରଦ୍ଧାଳୁ ।ପ୍ରତ୍ୟେକ ବର୍ଷ ଜୁଲାଇ 25 ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିପାରିବେ ବ୍ୟକ୍ତି ଓ ଅନୁଷ୍ଠାନ ।ଆବେଦନ ପାଇଁ 1000 ଟଙ୍କାର ଶୁଳ୍କ ରହିଛି ।ଆବେଦନ ପରେ କମିଟି ନିଷ୍ପତ୍ତି ଅନୁସାରେ ରଥଚକ କାହାକୁ ଦିଆଯିବ ସେନେଇ ସୂଚୀ ପ୍ରସ୍ତୁତ ହେବ । ଆବେଦନ ସଂଖ୍ୟା ବଢିଲେ ଲଟେରୀର ସାହାଯ୍ୟ ନିଆଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |