ପୁରୀ,୧୮।୩: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମାର୍କେଟଛକରେ ହଣାକଟା ମାମଲାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଗେଶ୍ବର ସାହୁ ଓରଫ ପୁପୁନା (୩୫), ସୁନୀଲ ଦାସ (୨୩), ହୃଷିକେଶ ପଣ୍ତା ଓରଫ ବାପୁ (୨୮), ସମୀର ଦାସ ଓରଫ ଜୁଏଲ (୨୮), ରବି ନାରାୟଣ ପାତ୍ର (୩୦), ଭୀମସେନ ବରାଳ ଓରଫ ପପୁ (୨୪), ଗୋପାଳ ମୁନି ଓରଫ ମିଟୁ (୩୮), ଛବି ପ୍ରଧାନ (୨୪) ଓ ତ୍ରିଲୋଚନ ବେହେରା ଓରଫ ଟୁଲୁ (୨୪)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ତିନୋଟି ମୋବାଲ ଫୋନ ଓ ଖଣ୍ତା ଜବତ କରିଛି।ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ମିହିର ପଣ୍ଡା କହିଛନ୍ତି, ମାର୍କେଟ ଛକରେ ହୋଇଥିବା ହଣାକଟା ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସମ୍ପୂର୍ଣ୍ଣ ମାମଲାରେ ଗୋଟିଏ ପକ୍ଷର ୩ ଜଣ ଓ ଅନ୍ୟପକ୍ଷର ୬ ଜଣଙ୍କୁ ମିଶାଇ ସମୁଦାୟ ୯ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ରହିଛି। ପୂର୍ବ ଶତ୍ରୁତାରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା ରହିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |