ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଶ୍ରୀମନ୍ଦିରକୁ ଗଲା ସ୍ୱର୍ଣ୍ଣ ଅଳଙ୍କାର

ପୁରୀ,୮ ।୩ : ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଶ୍ରୀମନ୍ଦିରକୁ ଗଲା ସ୍ୱର୍ଣ୍ଣ ଅଳଙ୍କାର । ମହାପ୍ରଭୁଙ୍କ ପାଇଁ ଜଣେ ଦାତା ସ୍ୱର୍ଣ୍ଣ ଅଳଙ୍କାର ଦାନ କରିଥିଲେ । ପ୍ରାୟ ୪ କେଜି ୮୫୮ ଗ୍ରାମ ସୁନା, ୩ କେଜି ୮୭୬ ଗ୍ରାମ ରୁପା ମିଳିଥିଲା । ମିଳିଥିବା ସୁନାରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣଅଳଙ୍କାର, ଝୋବା ଓ ଶ୍ରୀମୁଖ ପଦ୍ମ ଅଛି । ଏହା ସହ ମିଳିଥିବା ସୁନାରେ ଦେବୀ ସୁଭଦ୍ରାଙ୍କ ୨ଟି ଚଡକୀ, ୨ଟି ଝୋବା ରହିଛି । ସେହିପରି ସୁନାରେ ଶ୍ରୀବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ, ୨ଟି ଝୋବା ମଧ୍ୟ ରହିଛି । ସୁନାରେ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା ରହିଛି । ନାଜିର ଗୋଦାମରେ ଜଉମୁଦ ଦେଇ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା । ଅଳଙ୍କାର ଶ୍ରୀମନ୍ଦିରକୁ ସ୍ଥାନାନ୍ତର ସହ ମହାପ୍ରଭୁଙ୍କ ଭଣ୍ଡାର ରଖାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: