ପୁରୀ ସମୁଦ୍ର କୂଳରେ ଲାଗିଲା ଶିବଲିଙ୍ଗର ଶିଳା

ପୁରୀ,,୧।୬ : ପୁରୀ ବେଳାଭୂମିରେ ଶିବଲିଙ୍ଗର ଶକ୍ତି ଶିଳା। ସ୍ଥାନୀୟ ପ୍ରାଚୀ ହୋଟେଲ ନିକଟସ୍ଥ ସମୁଦ୍ର କୂଳରେ ଏକ ଶିବଲିଙ୍ଗର ଶକ୍ତି ବା ତଳ ଅଂଶ ଉଦ୍ଧାର ହୋଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି ।   ଗତକାଲି ପୁରୀ ଲାଇଟ ହାଉସ ନିକଟ ବେଳା ଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିବ ଲିଙ୍ଗର ମଧ୍ୟମ ପାର୍ଶ୍ୱ ଶକ୍ତି କୁଣ୍ଡଟି ବହୁ ପୁରୁଣା ହେଇଥିବା ଅନୁମାନ କରାଯାଉଛି । ତେବେ ଏହି ଶକ୍ତି କୁଣ୍ଡଟି ଗଙ୍ଗ ବଂଶରୁ ଆହୁରି ପୁରୁଣା ହୋଇଥିବା କୁହାଯାଉଛି । ଶକ୍ତି କୁଣ୍ଡ ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି ।   ଏହା ଉପରେ ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ପୂର୍ବରୁ ବାତ୍ୟା ବେଳେ ଏକ ସ୍ୱର୍ଣ୍ଣ ରଥ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଲାଗିଥିଲା । ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।ବେଳାଭୂମିର ଲାଇଟ ହାଉସ ଛକରେ ଦେଖିବାକୁ ମିଳିଥିଲା ଏହି ଶିବ ଲିଙ୍ଗ ଶୀଳା । ଏହି ଶୀଳାଟି ଅତ୍ୟନ୍ତ ପୁରାତନ ବୋଲି ଅନୁମାନ କରାଯାଉଛି । ତେବେ ଏହା କେଉଁଠାରୁ ଆସିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏହାକୁ ଟେକିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ଏହାକୁ ଉଠେଇ ପାରିନଥିଲେ । ଏହି ଶୀଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଶକ୍ତି ଶିଳାକୁ ପ୍ରଥମେ ମତ୍ସଜୀବୀମାନେ ଦେଖିଥିବା କୁହାଯାଉଛି । ଏହି ଶକ୍ତିଶିଳାରେ ଶିବଲିଙ୍ଗ ନଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଶିବ ଲିଙ୍ଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ଏହି ଶିବ ଲିଙ୍ଗ ନଦୀରେ କେଉଁ ଆଡୁ ଭାସି ଆସି ସମୁଦ୍ରରେ ମିଶିବା ପରେ ବେଳାଭୂମିରେ ଉଭା ହୋଇଛି କି କେହି କେହି ଏମତି ସନ୍ଦେହ ମଧ୍ୟ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: