ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗ ସେବା ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡା,୧୪/୩ (ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗରପଡା ଗ୍ରାମ ଠାରେ ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗ ସେବା ସମିତିର 18ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସତସଙ୍ଘର ଅଧକ୍ଷ ନବୀନ ଜୀ ଙ୍କ ନେତୃତ୍ୱରେ କୋଭିଡ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷା କରି ସକାଳୁ ଗଙ୍ଗା ଆବାହନ ପୂଜା ପରେ ଗ୍ରାମର ମହିଳା ଓ ଯୁବତୀ ମାନଙ୍କ ଦ୍ୱାରା ସଂକଳ୍ପ କରାଯାଇ ସଂକୀର୍ତନ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l କଳସ ଯାତ୍ରା ଗ୍ରାମ ପରିକ୍ରମା ପରେ ଗୀତାଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ l ପରେ ସତସଙ୍ଗ ଭବନ ପରିସରରେ ପଣ୍ଡିତ ବିଶ୍ୱନାଥ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ତୁଳସୀ ଅର୍ପଣ,ସୂର୍ଯ୍ୟ ପୂଜା ଆବାହନ,ଗୀତା ଆହୁତି, ହୋମଯଜ୍ଞ ସହ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟରେ ସତସଙ୍ଗର ଅଧକ୍ଷ ନବୀନ ଜୀ ପବିତ୍ର ଗୀତା ଉପରେ ଉପସ୍ଥିତ ଭକ୍ତ ମାନଙ୍କୁ ପ୍ରବଚନ ଦେଇଥିଲେ l ଶେଷରେ ଆଳତୀ ସହ ସମସ୍ତ ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଉକ୍ତ ବାର୍ଷିକ ଉତ୍ସବ ସହ ଗୀତାଯଜ୍ଞ କାର୍ଯ୍ୟକ୍ରମକୁ ସମିତିର ସଭାପତି ହେମନ୍ତ ଗାଡାକା,ସମ୍ପାଦକ ଜୟଚନ୍ଦ୍ର ରତ୍ନାଲୁ,ପରିଚାଳନା ସଭାପତି ବେଣୁଧର ଗାଡାକା,ସଭ୍ୟ ପୁରୁଷତ୍ତମ,ବିଜୟ,ସଭ୍ୟା ଝୁନୁ ଶତପଥୀ,ଗୀତା,ଗୌରୀ,ବିନି ଓ ଲକ୍ଷ୍ମୀଙ୍କ ସମେତ ଅନ୍ୟ ସଭ୍ୟସଭ୍ୟା ମାନେ ପରିଚାଳନା ଓ ସହଯୋଗ କରିଥିଲେ l

WhatsApp Image 2021 03 14 at 2.31.25 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: