ପୁରୁଷୋତ୍ତମ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ବ୍ରହ୍ମପୁର,୦୯/୦୪(ମନୋଜ କୁମାର ପାତ୍ର):କୋମଳମତି ଛାତ୍ର ଛାତ୍ରୀଙ୍କ ବିଜ୍ଞାନ ଜ୍ଞାନ କୌଶଳ ତଥା ସୃଜନଶୀଳତା ଉଦ୍ରେକ କରିବାର ଆଭିମୁଖ୍ୟକୁ ନେଇ କୁକୁଡାଖଣ୍ଡି ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ଶିକ୍ଷଣ ସାମଗ୍ରୀ ମେଳା କାର୍ଯ୍ୟକ୍ରମ ଶନିବାର ସକାଳ ୮ ଘଟିକା ସମୟରେ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ ପୁରୁଷୋତ୍ତମ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଭ୍ୟର୍ଥନା କମିଟି ସମ୍ପାଦକ ତଥା ପୁରୁଷୋତ୍ତମ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡାଙ୍କ ପୌରାହିତ୍ୟରେ ମୂଖ୍ୟ ଅତିଥି ରୂପେ କୁକୁଡ଼ାଖଣି ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର ଯୋଗ ଦେଇ ଶୁଭାରମ୍ଭ କରିବା ସହ କୁନି ବୈଜ୍ଞାନିକ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ ମେଳା ବୁଲି ଦେଖିଥିଲେ ।ଏଥିରେ ସମ୍ମାନିତ ଅତିଥି ରୂପେ ୧୦ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ସ୍ଥାନୀୟ ସରପଞ୍ଚ ମୁରଲୀ ସେଠୀ, ସମିତି ସଭ୍ୟା ସୁନୀତା ସେଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ .ଗିରିଧାର ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ , ପୂର୍ବତନ ସମିତି ସଭ୍ୟାଙ୍କ ସ୍ୱାମୀ ବାବୁଲା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁରୁଷୋତ୍ତମ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!