ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ।

ଗଞ୍ଜାମ-୧୪/୩(ମନୋଜ କୁମାର ପାତ୍ର):ବର୍ତ୍ତମାନ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଦିନକୁ ଦିନ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ହତ୍ୟା, ଚୋରି, ଡକାୟତି, ଲୁଟ୍ ଭଳି ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି।ଦିଗପହଣ୍ଡି ଥାନା ଅଧିନସ୍ଥ କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଉକ୍ତ ଗ୍ରାମର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି। ଆହତ ହୋଇଥିବା ଯୁବକ ଜଣକ ଉକ୍ତ ଗ୍ରାମ ବାଲିସାହିର ପଞ୍ଚୁ ଭୂୟାଁ ବୋଲି ଜାଣିବାକୁ ମିଳିଛି।ତେବେ ପଞ୍ଚୁ ଭୂୟାଁ ଗାଧେଇବା ପାଇଁ ପୋଖରୀକୁ ଯିବା ବେଳେ ଗାଁ ଛକ ମନ୍ଦିର ନିକଟରେ କିଛି ଦୁର୍ବୁତ୍ତ ମିଶି ମରଣାତ୍ମକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ତେବେ ଦୁର୍ବୁତ୍ତଙ୍କ ଆକ୍ରମଣ ଫଳରେ ପଞ୍ଚୁର ଶରୀରରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଖଣ୍ଡା ଚୋଟ ପଡିଥିବା କୁହାଯାଉଛି।ମୁଣ୍ଡ , ହାତ,ଗୋଡ଼,ପାଦ, କାନ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରାଯାଇଛି।ଏହି ଆକ୍ରମଣ ଘଟଣାରେ ସାମିଲ ଥିବା ୮ଜଣ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୁରୁତର ପଞ୍ଚୁକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ତେବେ ଗତ ଅକ୍ଟୋବର ମାସରେ ହୋଇଥିବା ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଏହି ଘଟଣା ଘଟାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: