ପୁଲୱାମାରେ ଏନ୍‌କାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୨/୦୬: ଜମ୍ମୁ କାଶ୍ମୀର ପୁଲୱାମାରେ ସୁରକ୍ଷା ବାହିନୀର ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଲସ୍କର ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ପୁଲୱାମା ଜିଲ୍ଲାର ଡ୍ରାବଗାମ ଅଞ୍ଚଳରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କାବଦୀ ମୁହାଁମୁହିଁ ହୋଇଥିଲେ ।  ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇବା ପରେ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ । ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ  । ଯେଉଁଥିରେ ତିନି ହାର୍ଡକୋର୍ ଆତଙ୍କବାଦୀ ସଫା ହୋଇଛନ୍ତି । ଏମାନେ ଆତଙ୍କବାଦୀମାନେ ସଂଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ । ପୋଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା । ଘଟଣାସ୍ଥଳରୁ ୨ଟି AK-47 ରାଇଫଲ ଗୋଟିଏ ପିସ୍ତଲ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି । ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: