ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବଳିଦାନ ଏ ଦେଶ କେବେ ଭୁଲିପାରିବ ନାହିଁ

ରାଜକନିକା,୨୧ା୫: ରାଜକନିକା ବ୍ଳକ୍ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୩୦ ତମ ତିରୋଧାନ ଦିବସ ଅଶୋକ ବଜାର ଠାରେ ପାଳିତ ହୋଇଯାଇଛି । ରାଜକନିକା ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ତିରୋଧାନ ଦିସବରେ ବ୍ଲକ୍ କଂଗ୍ରେସ ଉପସଭାପତି ଉମେଶ ପରିଡ଼ା, ସତ୍ୟ ପରିଡ଼ା, ପ୍ରମୋଦ ପତି, ଅଞ୍ଜନ ରାଉତ ଏବଂ ଚୈତନ୍ୟ ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗାନ୍ଧୀଙ୍କ ବଳିଦାନ ଏ ଦେଶ କେବେ ଭୁଲିପାରିବ ନାହିଁ । ତାଙ୍କ ଅବଦାନ ଭାରତର ଯୋଗାଯୋଗ କ୍ଷେତ୍ରକୁ ଅଧିକ ମଜ୍‌ଭୁତ୍ କରିଥିବା ନେଇ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ କୋଭିଡ଼୍ ନିୟମ ଅନୁଯାଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହିତ ତୁଣ୍ଡି ବଂଟନ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: