ଭୁବନେଶ୍ଵର,୧୭।୫:ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ରାମେଶ୍ଵରରୁ ଭୁବନେଶ୍ଵର ଟ୍ରେନରେ ଆସୁଥିବା ବେଳେ କମିଶନରେଟ ପୋଲିସ ତାଙ୍କୁ ଉଦ୍ଧାର କରିଛି। ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ ପୋଲିସ। ବର୍ତ୍ତମାନ ତାଙ୍କୁ ଭୁବନେଶ୍ଵର ଅଣାଯାଉଛି। ସରୋଜ କୁମାର ପାଢୀ ଗତ ୧୨ ତାରିଖରେ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ତାଙ୍କୁ ଖୋଜିବାକୁ କ୍ୟାପିଟାଲ ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ କରାଯାଇଥିଲା। ସେ କେଉଁ କେଉଁ ସ୍ଥାନକୁ ଯାଇପାରନ୍ତି, ସେସବୁ ସ୍ଥାନରେ ଅନୁଧ୍ୟାନ କରିଥିଲା ପୋଲିସ । ରାଜ୍ୟର ବିଭିନ୍ନ ଥାନାକୁ ସରୋଜଙ୍କ ଫଟୋ ଓ ତାଙ୍କର ତଥ୍ୟ ପଠାଯାଇଥିଲା । ସମସ୍ତ ସମ୍ପର୍କୀୟଙ୍କୁ ପଚରାଉଚୁରା କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |