ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ପରଲୋକ ଘଟିଛି । ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ବିଜୟଶ୍ରୀଙ୍କ ପରଲୋକ ନେଇ ତାଙ୍କ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି । ତେବେ ବିଜୟଶ୍ରୀ ରାଉତରାୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ । ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ସେ ୬ ଥର ଜିତିଥିଲେ । ନବୀନ ସରକାରରେ ସେ ଏକାଧିକ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ ବିଜୟଶ୍ରୀ । ସେ ଭଦ୍ରକ ବାସୁଦେବପୁର ବିଧାନସଭା ଆସନରୁ ୧୯୯୦ ମସିହାରୁ ବିଧାନସଭାକୁ ଅନେକ ଥର ନିର୍ବାଚିତ ହୋଇ ଆସିଛନ୍ତି । ୧୯୯୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୬ ଥର ପାଇଁ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ମସିହାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏହି ଆସନରୁ ନିର୍ବାଚନ ଲଢି ଜିତିଥିଲେ । ବିଜୟଶ୍ରୀ ରାଉତରାୟ ବିଜେଡିର ଉପସଭାପତି ଭାବ ୨୦୨୦ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେବେ କରୋନାରୁ ସୁସ୍ଥ ହୋଇ ଅନ୍ୟ ରୋଗରେ ପୀଡିତ ଥିଲେ ବିଜୟଶ୍ରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |