ବ୍ରହ୍ମପୁର-୮/୩(ମନୋଜ କୁମାର ପାତ୍ର):ରବିବାର ରାତ୍ର ସଦର ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଜଣ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଛି।ଏହି ଆକ୍ରମଣରେ କୋରା ସେଠି(୫୫) ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତ ସେଠି(୨୮) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ତେବେ କେଉଁ କାରଣରୁ ଏହି ଭଳି ଏକ ଆକ୍ରମଣ ଘଟଣା ଘଟିଛି ତାହା ସ୍ପଷ୍ଟ ଭାବରେ ଜଣା ପଡୁନଥିବା ବେଳେ ସଦରଥାନା ପୋଲିସ ଅଧିକାରୀଣି ସନ୍ତୋସିନୀ ଓରାମ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣର ଶିକାର ହେଇଥିବା ବାପା ପୁଅଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଇଥିଲେ ।କିନ୍ତୁ ମେଡ଼ିକାଲ ଡାକ୍ତର କୋରା ସେଠୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ପ୍ରଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ସଦର ଥାନା ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଛାନ୍ ଭିନ୍ କରୁଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |