ପୂର୍ବ ଶତ୍ରୁତାକୁ ନେଇ ଢେଲା ମାଡ଼:ଜଣେ ମୃତ୍ୟୁ,୩ଗୁରୁତର

ଗଞ୍ଜାମ,୧/୨(ମନୋଜ କୁମାର ପାତ୍ର):ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତର ନୂଆ ଅନନ୍ତେଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାରୁ ସାମାନ୍ୟ କଥା କଟାକଟିକୁ ନେଇ କିଛି ଯୁବକଙ୍କ ଢେଲା ମାଡ଼ରେ ଦୁଷ୍ମନ୍ତ ଚୌଧୁରୀ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ମୃତକଙ୍କ ମାଆ ସକୁନ୍ତଳା ଚୌଧୁରୀ , ବଡ଼ ଭଉଣୀ ସୈାଦାମିନୀ ଚୌଧୁରୀ ଏବଂ ଭାଇ ବିକ୍ରମ ଚୌଧୁରୀ ବୋଲି ସୂଚନା ମିଳିପାରିଛି। ଖବରନୁଯାୟୀ , ରବିବାର ସାଢେ ୯ ଘଣ୍ଟା ସମୟରେ ନୂଆ ଅନନ୍ତେଇ ଗ୍ରାମର ମୁଖ୍ୟ ରାସ୍ତାରେ ରହୁଥିବା ଦୁଷ୍ମନ୍ତଙ୍କ ପାନ ଦୋକାନକୁ ଦୁଇ ଯୁବକ ଆସି ବାକିରେ ପାଣି ବୋତଲ ଓ ସିଗାରେଟ ମାଗିଥିଲେ। ଯାହାଫଳରେ ଦୁଷ୍ମନ୍ତ ଏହାକୁ ମନା କରିବାରୁ ଉଭୟ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା।ଏହାର କିଛି ସମୟ ପରେ ୧୧ରୁ ଉର୍ଦ୍ଧ୍ବ ଯୁବକ ଘଟଣାସ୍ଥଳରେ ପହଞ୍ଚି ଢେଲାପଥରରେ ଦୁଷ୍ମନ୍ତ ଓ ପରିବାର ଲୋକଙ୍କୁ ଆକ୍ରମଣ କରି ଚମ୍ପଟ ମାରିଥିଲେ ‌। ଏହାପରେ ଗ୍ରାମ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଗୁରୁତର ଅବସ୍ଥାରୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆହତଙ୍କ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ଘଟଣାପରେ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ପୋଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ସୋମବାର ସକାଳୁ ଚିକିଟି ଉପଖଣ୍ଡ ଅଧିକାରୀ ସୁରେନ୍ଦ୍ରନାଥ ମୁର୍ମୁ ଓ ଥାନା ଅଧିକାରୀ ଶ୍ରୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏଥିସହ ଗ୍ରାମରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ତେବେ ଏହି ମାମଲାରେ ଦିଗପହଣ୍ଡି ପୋଲିସ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଥାନା ମାମଲା ୨୬/୨୧ ଅନୁସାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିପାରିଛି ।

WhatsApp Image 2021 02 01 at 8.38.37 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: