ପୂର୍ବ ଶତ୍ରୁତାରୁ ରାଜଧାନୀରେ ଗୁଳିକାଣ୍ଡ

ଭୁବନେଶ୍ଵର, ୧୮/୦୫ : ରାଜଧାନୀରେ   ଗୁଳିକାଣ୍ଡ ।ଜନଗହଳିପୂର୍ଣ୍ଣ ସିଆର୍‌ପି ଛକସ୍ଥିତ ଫୁଡ୍‌ ଷ୍ଟଲ୍‌ ନିକଟରେ ଆଜି ସଂଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ଫୁଟିଛି। ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗୁଳି ଫୁଟାଇଥିବା ଜଣାପଡ଼ିଛି ଓ ବିଳମ୍ବିତ ରାତିରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଉଠାଇଛି। ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି । ବିଭୂଙ୍କ ଅଭିଯୋଗ ଅନୁଯାୟୀ, ଘଟଣାସ୍ଥଳରେ ସେ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇ ଥିବା ସମୟରେ ୨ ଜଣ ଦୁର୍ବୁତ୍ତ ପହଞ୍ଚିଥିଲେ ।   ରାଜନୈତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ଫଳରେ ବିଭୂ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ୨ ଜଣ ବନ୍ଧୁକଧାରୀ ଦୁର୍ବୁତ୍ତ । ଘଟଣାକୁ ନେଇ ବିଭୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଅଭିଯୋଗ କରିବାକୁ ଆସିଥିବା ଛାତ୍ର ନେତା ବିଭୁ ଜେନା ଏବଂ ଫାୟାରିଂ କରିଥିବା ୨ ଯୁବକଙ୍କୁ ପୋଲିସ ଅଟକ ରଖିଛି । ତେବେ ଗୁଳିକାଣ୍ଡରେ ସମ୍ପୃକ୍ତ ୨ ଦୁର୍ବୁତ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଘଟଣା ପଛରେ କେବିଏନ୍ ଗ୍ରୁପ୍ ଥିବା ଆଶଙ୍କା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: