ଚାନ୍ଦବାଲି ୧୩।୭: ପ୍ରତିଭା ଆଗରେ ହାର ମାନଲା ଦାରିଦ୍ରତା । ନିଜ ଦୃଢ଼ ଇକ୍ତା ଶକ୍ତି ପାଇଁ ନିଜ ଜନ୍ମମାଟି ଓ ନିଜ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ । ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ତିଆରି କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ଏହାସହ ତାଙ୍କର ଏହି ଲମ୍ବାଯାତ୍ରା ସେତିକିରେ ସରିନାହିଁ । ଏବେ ଗିନିଜ୍ ବୁକ୍ ରେକର୍ଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି । ତାଙ୍କର ଏହି ସଫଳାତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସା ମିଳୁଛି । ସେ ହେଉଛନ୍ତି ଚାନ୍ଦବାଲି ବ୍ଲକ ରାଉତ ସାହିର ନବମ ଶ୍ରେଣୀର ଛାତ୍ର ଶୁଭମ୍ ।ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଞ୍ଚାୟତ ରାଉତ ସାହିରେ ଶୁଭମଙ୍କ ଜନ୍ମ । ପିଲାଟି ଦିନରୁ ଶୁଭମ ମେଧାବୀ ଛାତ୍ର ଥିଲେ । କିଛି ନୂଆ କରି ଦେଖାଇବା ତାଙ୍କର ଅଭିଳାସ ଥିଲା । ୫ମ ଶ୍ରେଣୀରୁ ବିଜ୍ଞାନ ମେଳାରୁ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା । ୮ମ ଶ୍ରେଣୀର ପଢିଲା ବେଳେ ସେ ଏକ ବଡ ଭାକ୍ୟୁମ କ୍ଲିନର ତିଆରି କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ । ୯ମ ଶ୍ରେଣୀର ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ଯାହାର ଲମ୍ବ ମାତ୍ର ୧.୨୧ ସେଣ୍ଟିମିଟର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି । ଶୁଭମଙ୍କ ଇଚ୍ଛା ରହିଛି ଏହି ଭାକ୍ୟୁମ କ୍ଲିନରକୁ ଆହୁରି ଛୋଟ କରିବେ ସେଥିପାଇଁ ସେ ଦିନକୁ ୩ ଘଣ୍ଟା ଏଥିପ୍ରତି ଦେଉଛି । ଅନ୍ୟପଟେ ଶୁଭମଙ୍କୁ ଏଯାଏଁ ସରକାରୀ କିମ୍ବା ସେବରକାରୀ ସ୍ତରରେ ମିଳିନି ସହାୟତା । ନିଜସ୍ଵ ଉଦ୍ୟମରେ ଶୁଭମ ଜାରି ରଖିଛନ୍ତି ତାଙ୍କର ଏହି ସାଧନା ।ଶୁଭମଙ୍କ ବାପା ଜଣେ ଗରିବ ଚାଷୀ ଏବଂ ତାଙ୍କର ୫ ଭଉଣୀ ଓ ମା’ ମଧ୍ୟ ଅଛନ୍ତି । ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ଶୁଭମ ଏବେ ବାସୁଦେବପୁର ନବଦୋୟ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଶୁଭମଙ୍କର ଏହି ଭାକୁମ କ୍ଲିନର ତିଆର କରିବା ପାଇଁ ଅଧିକ ଯାହା ଉପକରଣ ଆବଶ୍ୟକ ପଡ଼ୁଛି ଓ ନୂଆ ରିସର୍ଚ୍ଚ ପାଇଁ ଉପକରଣ ଯୋଗାଇବା ତାଙ୍କ ବାପାଙ୍କ ପକ୍ଷେ ସମ୍ଭବ ହେଉନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |