ପେଟ୍ରୋଲ ଢାଳି ବଡଭାଇକୁ ପୋଡିଲା ସାନ ଭାଇ

ରାଜକନିକା,୧୪/୩: ରାଜକନିକା ବ୍ଲକ୍ ଅନ୍ତର୍ଗତ କାଟଣାବଣିଆଁ ଗ୍ରାମ ପଂଚାୟତର ଝାଡ଼ମାଳ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ ଜଣେ ବଡ଼ ଭାଇ ଉପରକୁ ପେଟ୍ରୋଲ ଢ଼ାଳି ମାରିଦେବାକୁ ଉଦ୍ୟମ କରି ସାନ ଭାଇ ଗିରଫ ହୋଇଛନ୍ତି । ଘଟଣାରୁ ଜଣାପଡ଼ିଛିଯେ, ଝାଡ଼ମାଳ ଗ୍ରାମର ସ୍ୱର୍ଗତ ବୈକୁଣ୍ଠନାଥ ପ୍ରଧାନଙ୍କ ଦୁଇ ପୁଅ । ବଡ଼ ବିଚିତ୍ର ପ୍ରଧାନ(୫୯) ଏବଂ ସାନ ପୁଅ ପବିତ୍ର ମୋହନ ପ୍ରଧାନ(୫୧) । ପବିତ୍ର ଭୁବନେଶ୍ୱରରେ ପରିବାର ସହିତ ରହୁଥିବା ବେଳେ ବିଚିତ୍ର ଗାଁରେ ରହୁଥିଲେ । ଗାଁର ଜମିବାଡ଼ିକୁ ବଡ଼ ଭାଇ ବିଚିତ୍ରକୁ ବିକି ତା ଅଦଳରେ କିଛି ପଇସା ନେଇଛନ୍ତି ପବିତ୍ର । ଆଉ କିଛି ପଇସା ପାଇବା ପାଇଁ ବାକି ରହିଛି । ଏହି ଘଟଣାକୁ ନେଇ ରବିବାର ପ୍ରାୟ ଦିନ ଦେଢ଼ଟା ସମୟରେ ବିଚିତ୍ର ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ କରୁଥିବା ବେଳେ ସାନଭାଇ ପବିତ୍ର ଗୋଟିଏ କଂସାରେ ରଖିଥିବା ପେଟ୍ରୋଲକୁ ବଡ଼ ଭାଇ ବିଚିତ୍ର ଉପରକୁ ପକାଇ ଘରର କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲା । ଫଳରେ ବିଚିତ୍ରଙ୍କ ଶୀରରରେ ୮୦ ଭାଗ ପୋଡ଼ିଯାଇଥିବା ବେଳେ ଘରଟି ସଂପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମବାସୀ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଚିତ୍ରଙ୍କୁ ଉଦ୍ଧାର କରି ପ୍ରଥମେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାିଁ ଭର୍ତ୍ତି କରିଥିଲେ । ହେଲେ ତାଙ୍କର ଅବସ୍ଥା ଗୁରୁତ୍ତର ରହିଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ଅବସ୍ଥା ଗୁରୁତ୍ତର ରହିଥିବାନେଇ ପରିବାର ସୂତ୍ରରୁ ଜଣାପଡ଼ିଛି । ଏଭଳି ଜଘଣ୍ୟକାଣ୍ଡ ଘଟାଇବା ପରେ ପବିତ୍ର ଦୈଡ଼ି ପଳାଇବକାବୁ ଚେଷ୍ଠାକରି ଥିଲା । ହେଲେ ଗ୍ରାମବାସୀମାନେ ତାଙ୍କୁ ଧରିବାକୁ ଚେଷ୍ଠା କରିବାକୁ ଗ୍ରାମର ଗୋଟିଏ ଘର ଭିତରକୁ ପଶିଯାଇଥିଲା । ଗ୍ରାମବାସୀମାନେ ଘରର କବାଟ ବନ୍ଦ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ପବିତ୍ରକୁ ଗିରଫ କରିଛି । ଗୋଟିଏ ମା’ ପେଟରୁ ଜନ୍ମିତ ଦୁଇ ଭାଇଙ୍କ ଏଭଳି ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଥିବା ବେଳେ ସାମାଜିକ ଅଧୋପତ୍ତନ କାରଣରୁ ପବିତ୍ର ସଂପର୍କରେ କଳଙ୍କ ଲାଗୁଥିବା ନେଇ କୁହାଯାଇଛି । ଏହି ଅଭାବନୀୟ ଘଟଣା ସଂପର୍କରେ ଖବର ପାଇଁ ରାଜକନିକା ତହସିଲଦାର ପ୍ରେମାନନ୍ଦ ବେହେରା ଝାଡ଼ମାଳ ଗ୍ରାମରେ ପହଂଚି ବିଚିତ୍ରଙ୍କ ସ୍ତ୍ରୀଙ୍କୁ ରେଡ଼୍ କ୍ରସ୍ ପାଣ୍ଠିରୁ ଦଶହଜାର ଟଙ୍କାର ତତ୍କାଳ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିଛନ୍ତି । ଏହିଭଳି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । କାଟଣାର ବାବା କପିଳେଶ୍ୱରଙ୍କ ମନ୍ଦିରରେ ବିଚିତ୍ରଙ୍କ ଆଶୁ ଅରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଛି । ବିଚିତ୍ର ଜଣେ ସଂଗଠକ, ପରୋପକାରୀ ଏବଂ ସାମାଜିକ କର୍ମୀମାନେ ପରିଚିତ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: