ପୋଖରୀରେ ପଡି ଶିଶୁ ପୁତ୍ରର ଜୀବନ ଗଲା

ବାସୁଦେବପୁର, ୦୯/୦୬ : ପୋଖରୀରେ ପଡି ଶିଶୁ ପୁତ୍ର ମୃତ। ନାୟକାଣିଡିହି ଥାନା ଆନ୍ଦୋଳା ପଞ୍ଚାୟତର ଭଗବାନପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରଦୀପ ଜେନାଙ୍କ ୩ ବର୍ଷର ପୁଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୋଖରୀରେ ପଡିଯାଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ନାୟକାଣିଡିହି ଥାନା ଆନ୍ଦୋଳା ପଞ୍ଚାୟତର ଭଗବାନପୁର ଗ୍ରାମରେ ପ୍ରଦୀପ ଜେନାଙ୍କ ୩ ବର୍ଷର ପୁଅ ପ୍ରଭୁପଦ ଗାଁ ଦାଣ୍ଡରେ ଖେଳୁଥିଲେ। ହଠାତ୍ ସେ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକ ବହୁ ସମୟ ଖୋଜାଖୋଜି କରିବା ପରେ ସତ୍ତ୍ଵେ ପ୍ରଭୁପାଦଙ୍କର ଖୋଜ ଖବର ମିଳିନଥିଲା। କିଛି ସମୟ ପରେ ପ୍ରଦୀପ ଜେନାଙ୍କ ଘର ପଛପାଖେ ଥିବା ପୋଖରୀରେ ପ୍ରଭୁପାଦଙ୍କ ମୃତଦେହ ଭାସୁଥିବାରୁ ଦେଖିବାକୁ ମିଳିଥିଲା। ତୁରନ୍ତ ଶିଶୁପୁତ୍ରକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ପ୍ରଭୁପାଦଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୋଲିସ ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: