ଭଦ୍ରକ ୨।୬: ପୋଖରୀରେ ଭାସୁଛି ଶିଶୁର ମୃତଦେହ । ଭଦ୍ରକ ଜିଲ୍ଲା ଭାଣ୍ଡରିପୋଖରୀ ଥାନା ବୟାବନାପୁର ପଞ୍ଚାୟତର ହଳଦିଗଢିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଶିଶୁର ନାଭି ମଧ୍ୟ କଟାଯାଇ ନଥିବା ଦେଖିବା ପାଇଁ ମିଳିଛି । ଗାଁର ଏକ ପୋଖରୀରେ ଶିଶୁକୁ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଶିଶୁଟି ପୁଅ କିମ୍ବା ଝିଅ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକେ ଶିଶୁର ମୃତଦେହ ପୋଖରୀରେ ଭାସୁଥିବା ଦେଖି ଭାଣ୍ଡରିପୋଖରୀ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ ଲୋକ ଶିଶୁକୁ ପୋଖରୀ ମଝିକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |