ବୌଦ୍ଧ,୧୫/୦୫ : ବୌଦ୍ଧ ଜିଲ୍ଲାରେ ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର ।ରତ୍ନପଥର ମିଳିବା ପରେ ୧୪୪ ଧାରା ଜାରି କରାଯାଇଛି । ଅଧିକ ସନ୍ଧାନ ପାଇଁ ଫୁଲବାଣୀରୁ ସାଇଣ୍ଟିଫିକ୍ ଟିମ୍ ଆସି ସେଠାରେ ଯାଞ୍ଚ କରୁଛନ୍ତି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ୧୪୪ ଧାରା ଜାରି ରହିବ ବୋଲି ଜଣାପଡିଛି ।ବୌଦ୍ଧ ଜିଲ୍ଲା ଶଗଡା ପଂଚାୟତ ସରଧାପାଲିରେ କିଛି ଦିନ ହେଲା ମନରେଗା ଯୋଜନାରେ ପୋଖରୀ ଖନନ ଚାଲିଥିଲା । ପୋଖରୀ ଖନନ ବେଳେ ଏଠାରୁ କିଛି ରତ୍ନପଥର ମିଳିଛି । ଯାହାପରେ ଲୋକେ ପୋଖରୀ ମାଟିରୁ ରତ୍ନ ପଥର ଖୋଜୁଛନ୍ତି । ଏମିତିକି ଆଖପାଖ ଗାଁର ଲୋକମାନେ ମଧ୍ୟ ପୋଖରୀରେ ରତ୍ନ ପଥର ଖୋଜିବାରେ ଲାଗିଛନ୍ତି । ଲଗାତର ୨ ଦିନ ହେଲା ଦୂର ଦୂରରୁ ଲୋକେ ରତ୍ନ ପଥର ଖୋଜିବାକୁ ପହଞ୍ଚୁଛନ୍ତି । ଏହି କାରଣରୁ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |