ପୋଲସରା ବିଧାୟକ  ପାଣି ସମସ୍ୟା ବୁଝିଲେ  ବୃକ୍ଷ ରୋପଣ କଲେ

ଗଞ୍ଜାମ,୧୬/୯(ମନୋଜ ପାତ୍ର): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ଗୋଳାବନ୍ଧ ଓ ଚିଲିଖମା ଗ୍ରାମରେ ଦୀର୍ଘ ୨୦ ଦିନଧରି ପାଣି ସମସ୍ୟା ଲାଗିରହିଥିଲା। ଏହି ସମସ୍ୟା ସମାଧାନ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଉକ୍ତ ଦୁଇ ଗ୍ରାମରେ ପହଞ୍ଚି ଯାଇ ଉଭୟ ଗ୍ରାମର ଲୋକଙ୍କ ସହିତ ଆଲୋଚନା କରି ସମାଧାନର ବାଟ ଫିଟାଇ ଥିଲେ ।

WhatsApp Image 2020 09 15 at 8.43.44 PM

ଏହା ସହିତ ଗ୍ରାମ୍ୟ କମିଟି ଉପସ୍ଥିତିରେ ଗ୍ରାମର ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ସାହୁଙ୍କ ସମେତ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଜିଲ୍ଲା ପରିଷଦ ପ୍ରତିନିଧି ଖଦାଳ ଖଟାଇଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଆଦିପୁର ଗ୍ରାମ ସ୍ଥିତ ଦିବ୍ୟଦର୍ଶନ ଜରାଶ୍ରମ ଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ବୃକ୍ଷ ରୋପଣ କରିଥିଲେ ।

WhatsApp Image 2020 09 15 at 8.43.45 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!