ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ବର,୩୧/୦୧: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି ୨ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠାରୁ ପୋଲିଓ ବୁନ୍ଦା ଦିଆଯିବ। ୫ବର୍ଷରୁ କମ୍ ଶିଶୁଙ୍କୁ ଏହି ବୁନ୍ଦା ଦିଆଯିବା। ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୟୁନିଟ୍‌-୪ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଶନିବାର ରାଜ୍ୟରେ ୬୨.୨ ପ୍ରତିଶତ କରୋନା ଟିକାକରଣ କରାଯାଇଛି। ସମୁଦାୟ ୧୩ଟି ଅଧିବେଶନରେ ୧୯୬୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ୧୨ଟି ଅଧିବେଶନରେ ୧୨୨୪ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଖୋର୍ଦ୍ଧା, ନୂଆପଡ଼ା ଓ ସମ୍ବଲପୁରରେ ହିଁ ଅଧିବେଶନ ଆୟୋଜିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରେ ୮ଟି ଅଧିବେଶନରେ ୯୩୨ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେଇ ସାରିଲେଣି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!