ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ

କନ୍ଧମାଳ, ୧୫/୦୨ : ଲାଲ୍‌ବାହିନୀର ବର୍ବରକାଣ୍ଡ। ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି।  ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ଘଟିବା ପରେ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ରହିଛନ୍ତି । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭୋଟ ବର୍ଜନ ପାଇଁ ପୋଷ୍ଟର ଓ  ବ୍ୟାନର  ମାରିଥିଲେ ମାଓବାଦୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!