ପୋଲିସ ଟିମ୍ ଉପରକୁ ଗ୍ରେନେଟ୍ ଫିଙ୍ଗିଲେ ଆତଙ୍କବାଦୀ

ଶ୍ରୀନଗର୬/୬: ପୋଲିସ ଟିମ୍ ଉପରକୁ ଗ୍ରେନେଟ୍ ଫିଙ୍ଗିଲେ ଆତଙ୍କବାଦୀ। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି। ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଥିବା ମୁଖ୍ୟ ବସ୍‌ଷ୍ଟାଣ୍ଡରେ ଆତଙ୍କବାଦୀମାନେ ରବିବାର ପୋଲିସ ପର୍ଟି ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ଆହତ ହୋଇଥିବା ୭ ଜଣଙ୍କୁ ନକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ସଂଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରୀ ରଖିଛନ୍ତି। ମେ ୨୬ ମଧ୍ୟ ତାରିଖର ସେହି ତ୍ରାଲ ଅଞ୍ଚଳରେ ସମାନ ଧରଣର ଆଉ ଏକ ଆକ୍ରମଣ ହୋଇଥିଲା। ସିଆର୍‌ପିଏଫ୍ ପାର୍ଟିକୁ ଦେଖି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନଥିଲା। ସେହିପରି ମେ ୧୨ ତାରିଖରେ ମଧ୍ୟ କିଛି ସନ୍ଦିଗ୍ଧ କାଶ୍ମୀରର ସାମ୍ବା ଜିଲ୍ଲାରେ ଆତଙ୍କବାଦୀ ପୋଲିସ ପାର୍ଟି ଉପରେ ଗ୍ରେନେଡ୍ ମାଡ଼ କରିଥିଲେ। ସାମ୍ବା-ଉଧାମପୁର ରାସ୍ତାରେ ଚେକିଂ ଚାଲିଥିବା ବେଳେ ଏହି ଆକ୍ରମଣ କରିଥିଲେ ସନ୍ଦିଗ୍ଧ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: