ପୋଲିସ-ନକ୍ସଲ ଗୁଳି ବିନିମୟ ଜଣେ ମହିଳା ନକ୍ସଲ ନିହତ

ମାଲକାନଗିରି ,୧୮/୦୬(ଶ୍ରୀନିବାସ ପଣ୍ଡା/ଭିକି ବାରିକ ):ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ ଜିଲ୍ଲା ବସ୍ତର ଏବଂ ଜିଲ୍ଲା ସୁକମା ସୀମାନ୍ତବର୍ତ୍ତୀ ଅଞ୍ଚଳର ଚାନ୍ଦମେଟା, ପଟେଲପାରା, ଗଡମେପାରା, ଆଣ୍ଡାଲପାରା, ତୁଲସୀ ଡୋଙ୍ଗ୍ରି, ପାୟାରବତ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା କାଙ୍ଗେରଘାଟି ଏରିଆ କମିଟିର ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ଗୁପ୍ତଚର ସୂଚନା ମିଳିବା ପରେ ବସ୍ତର ଓ ଦାନ୍ତେୱାଡା ଡିଆରଜି ଟିମ୍, ଜିଲ୍ଲା ପୋଲିସ୍ ଫୋର୍ସ ସୁକମା, ସିଆରପିଏଫ ୮୦ ବାହିନୀ ଏବଂ ୨୨୭ ବାହିନୀ ଅପେରସନ ରେ ପଠାଯାଇଥିଲା l ଏହି ସମୟରେ ଆଜି ସକାଳ ଆଠ ଘଟିକା ସମୟରେ ଚାନ୍ଦମେଟା ଏବଂ ପୟାରଭଣ୍ଟ ଜଙ୍ଗଲ ମଧ୍ୟରେ ମାଓବାଦୀ ଏବଂ ବସ୍ତର ଡିଆରଜି ଟିମ ମଧ୍ୟରେ ଗୁଳି ବିନିମୟ ହେଇଥିଲା। ଏହି ଗୁଳି ବିନିମୟ ପରେ ସର୍ଚିଙ୍ଗ ବେଳେ ଜଣେ ମହିଳା ମାଓବାଦୀ ର ଶବ,ଗୋଟିଏ ଏ କେ ୪୭ ରାଇଫଲ, ଦୁଇଟି ପିସ୍ତଲ, ୧୨ ବୋର ବନ୍ଧୁକ, ଏବଂ ବହୁ ପରିମାଣର ମାଓବାଦୀ କ୍ୟାମ୍ପ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ବର୍ତମାନ ଘଟଣା ସ୍ଥଳରେ ସର୍ଚିଙ୍ଗ ଜୋରଦାର କରାଯାଇଛି l ବସ୍ତର ଆଇଜି ସୁନ୍ଦରରାଜ ପି. ଏହି ଏନକାଉଣ୍ଟର ସୂଚନା ଦେଇଛନ୍ତି l

WhatsApp Image 2021 06 18 at 9.16.51 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: