ପୋଲ ତଳକୁ ଖସିପଡିଲା କାର,୭ ଡାକ୍ତରୀ ଛାତ୍ର ମୃତ

ମହାରାଷ୍ଟ୍ର ୨୫/୦୧: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା କାର । ଆଉ ଏହି ଦୁର୍ଘଟଣାରେ ବିଜେପି ବିଧାୟକଙ୍କ ପୁଅ ସମେତ ୭ ଜଣ ମେଡିକାଲ ଛାତ୍ରଙ୍କର ମୃତ୍ୟୁ ଘଟିଛି |ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକ ରାହଙ୍ଗଦେଲଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଦିନ ରାତି ପ୍ରାୟ ସାଢେ ୧୧ଟା ସମୟରେ ୱାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାର ପୋଲ ତଳକୁ ଖସିପଡିଥିଲା | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ଘଟିଛି। ୱାର୍ଦ୍ଧା ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ ଏହି ସମସ୍ତ ଛାତ୍ର ୱାର୍ଦ୍ଧାକୁ ଯାଉଥିଲେ । ୱାର୍ଦ୍ଧାର ସେଲସୁରା ନିକଟରେ ଏହି ଦୁର୍ଘଟଣା ଘଟିଛି | କାରରେ ଥିବା ସାତ ଜଣ ଡାକ୍ତରୀ ଛାତ୍ର ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।ୱାର୍ଦ୍ଧାର ସେଲସୁରା ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନାଥାଉକି, ସାଭାଙ୍ଗିର ମେଡିକାଲ୍ କଲେଜର ଏହି ଛାତ୍ରମାନେ ଦବେଲୀରୁ ୱାର୍ଦ୍ଧା ଅଭିମୁଖେ ଯାଉଥିଲେ । ତେବେ କୌଣସି କାରଣରୁ ବା ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସିପଡିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: