ପୋଲ ଭାଙ୍ଗି ଗାଁରେ ପଶିଲା ବନ୍ୟା ପାଣି , ଯାତାୟତ ବାଧାପ୍ରାପ୍ତ

କେନ୍ଦ୍ରାପଡ଼ା , ୧୬/୦୯ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଘଟିଛି।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ। ପୋଲ ଭାଙ୍ଗି ଗାଁରେ ପଶିଲା ବନ୍ୟା ପାଣି। ଫଳରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ୩ ପଞ୍ଚାୟତ। ପୋଲ ବାଙ୍ଗି ଯିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ ହୋଇଛି। ଅଣ୍ଢରା ଅମୃତମଣୋହୀକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଲ ଭାଙ୍ଗି ଗାଁରେ ବନ୍ୟା ପାଣି ପଶିଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପରେ ବାଧାପ୍ରାପ୍ତ ହୋଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: