ପୋଷଣ ପକ୍ୱାଦ କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ରହ୍ମପୁର,୫/୦୪(ମନୋଜ କୁମାର ପାତ୍ର): ଶିଶୁ, ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମା’ ମାନଙ୍କ ପୋଷକତତ୍ୱ ବୃଦ୍ଧି ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ଆୟୁଷ ମନ୍ତ୍ରଣାଳୟ ପରାମର୍ଶ ରେ ୨୧ ମାର୍ଚ୍ଚ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ପୋଷଣ ପକ୍ୱାଦ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଆୟୁଷ ନିର୍ଦେଶାଳୟ(ଆଞ୍ଚଳିକ) ଭୁବନେଶ୍ୱର ନିର୍ଦ୍ଦେଶରେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିସ୍ଥାଳୟ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅଙ୍କୁଶପୁର ଗ୍ରାମରେ ୪.୪.୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ମାଗଣା ରେ ବିଭିନ୍ନ ପ୍ରକାର ରକ୍ତ ପରୀକ୍ଷା ହେବା ସହ,ଆୟୁର୍ବେଦୀୟ ଧାରା ରେ ପ୍ରସ୍ତୁତ ଆଇରନ, ପୋଟାସିୟମ,କ୍ୟାଲସିୟମ ଔଷଧ ସହ ଅନ୍ୟାନ୍ୟ ପୋଷକତତ୍ୱ ଶିଶୁ, ମହିଳା ମାନଙ୍କୁ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ ରୋଗୀ ଉପକୃତ ହୋଇଥିବା ଅଧ୍ୟକ୍ଷ ପ୍ରଫେସର ଡ଼ା. ବିପିନ ବିହାରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି,ମସିଆଖାଲି,ବୋରିଗାଁ,ଜଗଦଳପୁର,ଭାବିନପୁର, ରତନପୁର,ଝାଡ଼ାଙ୍କୁଲି,ନିମଖଣ୍ଡି,ପ୍ରତାପ କୃଷ୍ଣ ଚନ୍ଦ୍ର ପୁର,ହିଞ୍ଜିଳିକାଟୁ,ମକରଝୋଳ,ସମରଝୋଳ ଆଦି ଅଞ୍ଚଳର ଗର୍ଭବତୀ ମହିଳା,ଶିଶୁ ଓ କିଶୋର, କିଶୋରୀ ମାନେ ଅତ୍ୟନ୍ତ ଆଗ୍ରହର ସହିତ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଆମ ପ୍ରତିନିଧି ସୂଚନା ଦେଇଛନ୍ତି । ଶିଶୁରୋଗ ବିଭାଗର ପ୍ରମୁଖ ଡ଼ା.ବିମଳ କୁମାର ପଣ୍ଡା ଏବଂ ଡା ଚିନ୍ମୟ ଭବାନୀଙ୍କ ବଳିଷ୍ଠ ନେତୃତ୍ବରେ କାର୍ଯକ୍ରମ ସମ୍ପାଦିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ା. ଶିବପ୍ରସାଦ,ଡ଼ା. ନିବେଦିତା ,ଡା. ରୋହିତ,ଡା. ରାଜେଶ,ଡ଼ା. ଶିବାନୀ ,ଡ଼ା. ସୌଭାଗ୍ୟ ଡ଼ା.ଘାସିରାମ ,ଡା. ବିଶ୍ରିତା,ଡ଼ା. ଅଶ୍ୱିନୀ,ଡା. ପ୍ରଭାକର ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିବାରୁ ଅଧକ୍ଷ ପ୍ରଫେସର ଖୁଣ୍ଟିଆ ମହୋଦୟ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି!

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!