ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମପୁର-୨୧/୯(ମନୋଜ କୁମାର ପାତ୍ର):ବ୍ରହ୍ମପୁର ମହାନଗରର ୧-ନଂ ୱାର୍ଡ ଅନ୍ତର୍ଗତ ହରିଡାଖଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟସେନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁର୍ବତନ କୋର୍ପରେଟର ରାଜେଶ୍ବର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଲେ।ଏବଂ ସମ୍ମାନିତ ଅତିଥି ରୂପେ ସି ଆର ସି ସି ପରମେଶ୍ଵର ପାଣିଗ୍ରାହୀ,ଯୁବ ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ,ସାମ୍ଭାଦିକ ସୀମାଞ୍ଚଳ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।କୋଭିଡ଼ ନିୟମକୁ ସୁଚାର ଭାବେ ପାଳନ କରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବଳ୍ପ ସଂଖ୍ୟାରେ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ବେସରକାରୀ ବିଦ୍ୟାଳୟ ସହିତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମକକ୍ଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସାମ୍ଭାଦିକ ଚୌଧୁରୀ ଓ ପୁର୍ବତନ କୋର୍ପରେଟର ରାଜେଶ୍ବର ବେହେରା ପ୍ରସଂଶା କରିବା ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଆଣିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।କେ ଆରତୀ ପାତ୍ର,ସୁଜତା ମାହାନ୍ତି,ଆରତୀ ରାଣୀ ନାୟକ,ପଦ୍ମାଳୟା ପାତ୍ର,ସସ୍ମିତା ପଣ୍ଡା,କଳ୍ପନା ପଟ୍ଟନାୟକ,ପାରିଜାତ ଚୌଧୁରୀଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପେଣ୍ଟ ,ସାର୍ଟ ,ଵୂଟ୍, ସୋକ୍କ୍ଷ, କୋମ୍ପାସ୍ ସ୍କୁଲ ବେଗ ଇତ୍ୟାଦି ଗ୍ରହଣ କରିବା ସହ ସହଯୋଗ କରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: