ଢେଙ୍କାନାଳ ୧୦/୦୪: ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ବୋମା ମାଡ଼। ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ ହୋଇଛି ହମଲା। ଗତ ବିଳମ୍ବିତ ରାତିରେ ବୋମା ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ହୋଇଛି ବୋମାମାଡ଼, ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡ଼ିବା ସହିତ ଦୁଇଚକିଆ ଯାନ କ୍ଷୟକ୍ଷତି ହୋଇଛି। ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି।କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗତ ୩୦ତାରିଖ ରାତିରେ ଫାଙ୍କା ଗୁଳି ଚଳନା ହୋଇଥିଲା। ଏଥିସହ ହତ୍ୟା ଧମକ ହୋଇଥିଲା। ଗୁଳି କାଣ୍ଡର ମୁଖ୍ୟ ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଧରିପାରିନଥିବା ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |