ପ୍ରକାଶ ପାଇଲ। ଶ୍ରୀମନ୍ଦିର ୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା

ପୁରୀ ୨୮।୧: ପ୍ରକାଶ ପାଇଲ। ଶ୍ରୀମନ୍ଦିର ୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା |ଶ୍ରୀମନ୍ଦିର ପାଞ୍ଜି ସମନ୍ଵୟ ବୈଠକରେ ୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜାରି ତାଲିକା ଅନୁଯାୟୀ ଆସନ୍ତା ମେ’ ମାସ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟ ପଡୁଛି। ଏହି ଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ।‌ ସେହିଭଳି ପ୍ରସିଦ୍ଧ ଚନ୍ଦନ ଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ମେ’ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍‌ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧ ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସେହିପରି ଅପ୍ରେଲ ୪ରେ ଦୟଣାଚୋରି ନୀତି, ଅପ୍ରେଲ ୧୫ରୁ ସାହିଯାତ, ମେ’ ୧୪ରେ ନୃସିଂହ ଜନ୍ମ, ମେ’ ୩୦ରେ ସାବିତ୍ରୀ ଅମାବାସ୍ୟା, ଜୁନ୍ ୫ରେ ଶୀତଳ ଷଷ୍ଠୀ, ଜୁନ୍‌ ୧୦ରେ ରାଜେନ୍ଦ୍ରାଭିଷେକ ନୀତି, ୧୧ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୧୨ରେ ଚମ୍ପକ ଦ୍ଵାଦଶୀ ଓ ଦଇତାପତି ପ୍ରବେଶ ନୀତି, ୧୩ରେ ସେନାପଟା ଲାଗି, ଜୁନ୍ ୨୩ରେ ଚକା ବିଜେ ନୀତି ପରେ ୨୭ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ। ଜୁନ୍‌ ୨୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ସେହିପରି ଜୁନ୍ ୩୦ରେ ରଥ ଆଜ୍ଞାମାଳ ବିଜେ ଓ ଉଭା ଯାତ୍ରା ନୀତି ଅନୁଷ୍ଠିତ ହେବ। ଜୁଲାଇ ୧ରେ ରଥଯାତ୍ରା ପରେ ଜୁଲାଇ ୫ରେ ହେରାପଞ୍ଚମୀ, ୮ରେ ସଂଧ୍ୟାଦର୍ଶନ, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ହରିଶୟନ ଏକାଦଶୀ, ୧୧ରେ ଅଧରପଣା ଓ ଗରୁଡ଼ ଶୟନ ନୀତି, ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଜୁଲାଇ ୧୭ରେ ଦକ୍ଷିଣାୟନ ସଂକ୍ରାନ୍ତି, ୨୪ରେ କାମଦା ଏକାଦଶୀ, ୨୮ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୬ରେ ବାଡ଼ି ନୃସିଂହ ବିଜେ ନୀତି, ୧୩ରେ ଝୁଲଣ ଯାତ୍ରା, ୧୬ରେ ରାହୁରେଖା ଲାଗି, ୧୮ରେ ଶ୍ରୀକୃଷ୍ଣ ଜନ୍ମନୀତି ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ସହ ୩୧ରେ ଗଣେଶ ଚତୁର୍ଥୀ ପାଳିତ ହେବ।ସେହିଭଳି ଅକ୍ଟୋବର ୫ରେ ଦଶହରା ଓ ଆୟୁଧ ପୂଜା, ଅକ୍ଟୋବର ୬ରେ ରାଧାଦାମୋଦର ବେଶ ଆରମ୍ଭ, ୯ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୨ରେ ଅଁଳା ନବମୀ, ୩ ରେ ରାଧା ଦାମୋଦର ବେଶ, ନଭେମ୍ବର ୪ରେ ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଳ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ୬ରେ ଡାଳିକିଆ ବେଶ, ୭ରେ ଲକ୍ଷ୍ମୀ-ନୃସିଂହ ବେଶ, ୮ ତାରିଖର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ୧୬ରେ ପ୍ରଥମାଷ୍ଟମୀ, ୨୨ରୁ ଦେବ ଦୀପାବଳି, ୨୯ରେ ଓଢ଼ଣୀ ଷଷ୍ଠୀ, ଡିସେମ୍ବର ୭ରେ ପଣ୍ଡୁନୃସିଂହ ବିଜେ, ୧୬ରେ ଧନୁସଂକ୍ରାନ୍ତି ଓ ପହିଲିଭୋଗ ନୀତି ଆରମ୍ଭ ୨୩ରେ ବକୁଳ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ । ୨୦୨୩ ମସିହା ଜାନୁଆରୀ ୧ ରେ ଶାମ୍ବ ଦଶମୀ, ୬ରେ ପୁଷ୍ୟାଭିଷେକ ପୂର୍ଣ୍ଣିମା, ୧୨ରେ ଦୁଧମେଲାଣି ନୀତି, ୧୩ରେ ନବାଙ୍କ ବେଶ, ୧୪ରେ ମକର ସଂକ୍ରାନ୍ତି, ୨୫ରେ ଶ୍ରୀଜିଉଙ୍କ ପଦ୍ମବେଶ, ୨୬ରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବୃଆରୀ ୫ରେ ଗଜ ଉଦ୍ଧାରଣ ବେଶ, ୧୩ରେ କୁମ୍ଭ ସଂକ୍ରାନ୍ତି, ୧୬ରେ ପଙ୍କୋଦ୍ଧାର ଏକାଦଶୀ, ୧୮ରେ ମହାଶିବରାତ୍ରୀ, ମାର୍ଚ୍ଚ ୨ରେ ଫଗୁ ଦଶମୀ ଓ ଦୋଳଯାତ୍ରା ଆରମ୍ଭ, ୭ରେ ଦୋଳପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ରାଜାଧିରାଜ ବେଶ, ୮ରେ ହୋଲି, ୩୦ରେ ଶ୍ରୀରାମ ନବମୀ ଆଦି ଅନୁଷ୍ଠିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: